ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ), ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଶକ୍ତି

ମୁ ଆପଣଙ୍କୁ ଓଡିଶା ଶ୍ରମିକ କଲ୍ୟାଣ ବୋର୍ଡର ୱେବସାଇଟକୁ ସ୍ଵାଗତ କରୁଛି। ଏହି ୱେବ ପୋର୍ଟାଲର ମୂଳ ଲକ୍ଷ୍ୟ ହେଉଛି ବୋର୍ଡର କାର୍ଯ୍ୟବଳୀ ସମ୍ବନ୍ଧରେ ସଦ୍ୟତମ ସୂଚନା ପ୍ରଦାନ କରିବା । ମୁ ଆଶା କରୁଛି ଏହି ସୂଚନା ଆଦାନପ୍ରଦାନର ଏକ ମାଧ୍ୟମ ରୂପେ ଜ୍ଞାନ ବିନିମୟ କରିବା ସହିତ ଶ୍ରମିକ କଲ୍ୟାଣ ବାବଦରେ ରାଜ୍ୟ ସରକାରଙ୍କ ନୀତି, ନିୟମ, ଯୋଜନା, ସେବା, ନିୟମାବଳୀ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବ ।

ଅଧିକ ପଢନ୍ତୁ

ପ୍ରମୁଖ ଶାସନ ସଚିବ

ସଦ୍ୟତମ ସୂଚନା ତୁରନ୍ତ ତଥା ସରଳ ଭାବେ ହାସଲ କରିବା ବର୍ତମାନର ପ୍ରମୁଖ ଆବଶ୍ୟକତା । ଏହି ଲକ୍ଷ୍ୟ ହାସଲ ନିମନ୍ତେ ଓଡିଶା ଶ୍ରମିକ କଲ୍ୟାଣ ବୋର୍ଡର ୱେବ ପୋର୍ଟାଲଟି ଉନ୍ମୋଚିତ ହୋଇଥିବାରୁ ମୁ ଅତ୍ୟନ୍ତ ଆନନ୍ଦିତ ।

ଅଧିକ ପଢନ୍ତୁ

ଶ୍ରମ କମିଶନର

ସ୍ବଚ୍ଛତା ଏବଂ ଉତରଦାୟିତ୍ଵ ସୁଶାସନର ମୂଳମନ୍ତ୍ର। ଓଡିଶା ଶ୍ରମିକ କଲ୍ୟାଣ ବୋର୍ଡର ଏହି ୱେବସାଇଟ ମାଧ୍ୟମରେ ସମସ୍ତଙ୍କୁ ସଦ୍ୟତମ ସୂଚନା ପ୍ରଦାନ ପୂର୍ବକ ଏହି ବିଭାଗର ସ୍ବଚ୍ଛ, ଦକ୍ଷ, ଉତରଦାୟୀ ଶ୍ରମିକ କଲ୍ୟାଣକାରୀ କାର୍ଯ୍ୟକ୍ରମ ରୂପାୟାନରେ ସର୍ବସାଧାରଣଙ୍କ ସକ୍ରିୟ ଭାଗିଦାରୀ କାମନା କରୁଛୁ ।

ଅଧିକ ପଢନ୍ତୁ

ଓଡିଶା ଶ୍ରମିକ କଲ୍ୟାଣ ବୋର୍ଡ

(i)ଓଡିଶା ଶ୍ରମ କଲ୍ୟାଣ ପାଣ୍ଠି ଆଇନ, ୨୦୧୫ ମସିହାରେ ପ୍ରଣୟନ କରାଯାଇଅଛି ଯାହାର ମୂଲ୍ୟ ଲକ୍ଷ୍ୟ ଶ୍ରମିକ କଲ୍ୟାଣ ନିମନ୍ତେ ଓଡିଶା ଶ୍ରମ କଲ୍ୟାଣ ପାଣ୍ଠିର ଗଠନ ତଥା ଏହାରସୁପରିଚାଳନା ନିମନ୍ତେ ଓଡିଶା ଶ୍ରମ କଲ୍ୟାଣ ବୋର୍ଡ ସ୍ଥାପନ।

(ii)ଓଡିଶା ଶ୍ରମିକ କଲ୍ୟାଣ ପାଣ୍ଠି ଅଧିନିୟମିତ ୨୦୧୫ ଯାହାକି ରାଜ୍ୟ ସରକାରଙ୍କର ଗେଜେଟ ତା। ୨୭.୦୧.୨୦୧୬ରିଖରେ ବିଜ୍ଞାପିତ ହୋଇଛି।

(iii)ଓଡିଶା ଶ୍ରମିକ କଲ୍ୟାଣ ବୋର୍ଡ ତା। ୨୧.୦୬.୨୦୧୬ରିଖରେ ଗଠିତ ହୋଇଅଛି ଏବଂ ସରକାର ତା ୦୧.୦୫.୨୦୧୭ ରିଖ ଠାରୁ ଏହାର କାର୍ଯ୍ୟାରମ୍ଭ ଘୋଷଣା କରିଛନ୍ତି।

(iv)ଅଧିସୂଚନା ସଂଖ୍ୟା ୯୦୦୧ ତା ୨୫.୦୮.୨୦୧୬ ରିଖରେ ଶ୍ରମ କମିଶନର , ଓଡିଶଙ୍କୁ କଲ୍ୟାଣ କମିଶନର ଭାବେ ଘୋଷଣା କରାଯାଇଅଛି।

(v)ଯୁଗ୍ମ ଶ୍ରମ କମିଶନର , ପ୍ରଭାଗୀୟ ଶ୍ରମ କମିଶନର , ଜିଲ୍ଲା ଶ୍ରମ ଅଧିକାରୀ ଏବଂ ସହକାରୀ ଶ୍ରମ ଅଧିକାରୀଙ୍କୁ ନିରୀକ୍ଷକ ଭାବେ ଘୋଷଣା କରାଯାଇଛି।

(vi)ନିଯୁକ୍ତି ଦାତାମାନେ ଓଡିଶା ଶ୍ରମିକ କଲ୍ୟାଣ ବୋର୍ଡର ପାଣ୍ଠିରେ ସେମାନଙ୍କର ତଥା ସେମାନଙ୍କକର୍ମଚାରୀ ମାନଙ୍କର ଅଂଶଦାନ/ ଦେୟ ସିଧାସଳଖ ଭାବେ ଜମା କରିବା ନିମନ୍ତେ ଏସ. ବି. କାଲେକ୍ଟ ମଡ୍ୟୁଲର ବ୍ୟବସ୍ଥା କରାଯାଇଅଛି।

(vii)ଅଦ୍ୟାବଧି ଓଡିଶା ଶ୍ରମ କଲ୍ୟାଣ ପାଣ୍ଠିରେ ଟ. ୨.୦୪ କୋଟି ଟଙ୍କା ଜମା ହୋଇଅଛି।

ଅଧିକ ପଢନ୍ତୁ